ଦୃଷ୍ଟିଭଙ୍ଗୀ

ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ର ସବତନ୍ତ୍ର ଦୃଷ୍ଟିଭଙ୍ଗୀ ହଉଚି:

  • ଉଚ୍ଚଶିକ୍ଷା କୁ ଭିତ୍ତିକରି ଏକ ବିଶ୍ୱସ୍ତରୀୟ ଉତ୍କୃଷ୍ଟ କ୍ରିୟାଶୀଳ ଶିକ୍ଷାକେନ୍ଦ୍ର ରେ (ହବ ରେ) ପରିଣତ କରିବା ନିମିତ୍ତ ସକ୍ରିୟ ଭାବେ ସସ୍ଫୁର୍ତ୍ତିକ କାର୍ଯ୍ୟ ସମ୍ପାଦନା କରିବା |
  • ଏଥିପାଇଁ ସମାନତା, ନିରପେକ୍ଷତା ପ୍ରବେଶ ସୁଗମତା, ନୂତନ କଳ୍ପନା ଓ ଅଭିନବ ପଦ୍ଧତି ର ଅଧ୍ୟାପନା, ଶିକ୍ଷଣ, ବିଦ୍ୟା ଶିକ୍ଷା, ଗବେଷଣା ଏବଂ ପରାମର୍ଶିକ ସମ୍ପ୍ରସାରନମୁଖି କାର୍ଯ୍ୟଧାରା ପ୍ରତି ପ୍ରଗାଢ ଧ୍ୟାନ ଦେବା ସହିତ ଲକ୍ଷ ଲକ୍ଷ ଓଡ଼ିଆ ଯୁବ ବର୍ଗଙ୍କୁ ସମାନୁପାତିକ ଭାବେ କର୍ମ ନିଯୁକ୍ତିକ୍ଷମ ଜ୍ଞାନ ରେ ସଶକ୍ତ କ୍ଷମତାସମ୍ପର୍ଣ କରିବା |
  • ଏକ ସର୍ଜନଶୀଳ, ପ୍ରଜ୍ଞାଦୀପ୍ତ, ଆଲୋକପମ, ଫଳପ୍ରସୂ ଓ ସ୍ଥାୟୀ ପ୍ରତିପୋଷଣକ୍ଷମ ସଭ୍ୟ ନାଗରିକ ସମାଜର ବିକାଶ କରିବା ଲାଗି ଏକ ଅଭିନବୀକରଣ ଓ ଅପରିହାର୍ଯ୍ୟ ଶିକ୍ଷା ସଂସ୍କାର ପ୍ରବର୍ତନ କରିବା |
  • ବ୍ରାତିକ ସଂକଳ୍ପ / ଉଦେଶ୍ୟ

    ଓଷେକ ନିର୍ଦିଷ୍ଟ ବ୍ରାତିକ ସଂକଳ୍ପ ଓ ଉଦେଶ୍ୟ ରଖି ଉଚ୍ଚଶିକ୍ଷା ର ଗୁଣାତ୍ମକ ବିକାଶ ଲାଗି କାର୍ଯ୍ୟ ସମ୍ପାଦନା କରିଥାଏ | ସେବା ମୂଳକ ବ୍ରାତିକ ସଂକଳ୍ପ ଗୁଡିକ ହେଉଛି :

    • ଓଡିଶା ରାଜ୍ୟ ର ତୃଣ ମୂଲୀଯ ଭୌମିକ ବାସ୍ତବତା ଓ ପାରସ୍ପରିକ ନିର୍ଭରଶୀଳ ସାହାଜୀବନ କୁ ଆଧାର କରି ସମସ୍ତ ପ୍ରକାର ବିଶ୍ୱସଂବଂଧୀ ଉତ୍କୃଷ୍ଟତାର ଶ୍ରେୟ ମାର୍ଗ ରେ ଆଗେଇ ନେଇପାରୁଥିବା ଏକ ସୁସ୍ଥ, ବଳିଷ୍ଠ ବ୍ୟବହାରିକ ଓ ତଥ୍ୟ ସଂସାଧନା ପ୍ରଭାବୀ ଉଚ୍ଚଶିକ୍ଷା ନୀତି ରାଜ୍ୟ ପାଇଁ ବନ୍ଦବୋସ୍ତ କରିବା | ଏହି ଶିକ୍ଷା ନୀତି ଜ୍ଞାନ, ଦକ୍ଷତା, ମୂଲ୍ୟ ବୋଧ ଏବଂ ସମ୍ବେଦନଶୀଳ ପ୍ରୟୋଜନ ଗୁଡିକୁ ନେଇ ସଫଳ ଜୀବିକା ସର୍ଜକ, ଉପାର୍ଜନ କ୍ଷମ ଓ ଉତ୍ତମ ଅନୁଭବର ନାଗରିକ ହେବାରେ ସମସ୍ତ ସ୍ତରର,ବିଭାଗର ଓ ବର୍ଗର ଛାତ୍ର ଛାତ୍ରୀଙ୍କୁ ନିଶ୍ଚିତ ରୂପେ ସଶକ୍ତ କରାଇବ |
    • ଅନୁସନ୍ଧାନ, ବିକାଶ ଓ ନାଵୋଂମେସର ପରିସ୍ଥିତିକ ଢାଞ୍ଚା ଟିଏ (ଏକେଶ୍ୱସ୍ଟେମ) ଆବଶ୍ୟକତାକୁ ନେଇ ଯୋଗାଇଦେବା ମାଧ୍ୟମରେ ଜ୍ଞାନର ସୃଷ୍ଟି ଓ ପ୍ରସାର କରିବା; ଯାହା ମୌଳିକ, ପ୍ରାୟୋଗିକ ଓ ଅନ୍ତର୍ବିଦ୍ୟା ବିଷୟକ ଅନୁସନ୍ଧାନ ଓ ରଛାଁତ୍ମକ ଗବେଷଣାକାର୍ଯ୍ୟ ରେ ସଂଲଗ୍ନ ହେବାକୁ ଶିକ୍ଷକ ଓ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହ ର ସହିତ ପ୍ରବର୍ତାଇବା |
    • ସୁନିର୍ଦିଷ୍ଟ ପାଠ୍ୟକ୍ରମ, ଶିକ୍ଷଣ ବିଜ୍ଞାନ, ମୂଲ୍ୟାୟନ ପ୍ରଣାଳୀ ଓ ପ୍ରଶିକ୍ଷଣ ଭିତ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ସୁପ୍ରସ୍ତୁତ କରିବା; ଯାହା କି ସମସ୍ୟା ର ସହଜ ସମାଧାନ, ନେତୃତ୍ୱ ପ୍ରଦର୍ଶନ ଓ ସମ୍ମିଳିତ କାର୍ଯ୍ୟ ସାଧନା ଦକ୍ଷତା କୁ ସନିବେଶ କରି ସେମାନଙ୍କ ଠାରେ ପ୍ରଗାଢ ବ୍ରାଉତ୍ତିକର ଭାବନା ଉଦ୍ରେକ କରିବା ସହିତ ପ୍ରକୃତ ଗୁଣବତ୍ତା ପ୍ରତି ପ୍ରତିଶୃତି ବଦ୍ଧତା , ସଦାଚାରୀ, ନୈତିକ ବ୍ୟବହାର ଏବଂ ମାନବ ସମାଜ ତଥା ଆମକୁ ଘେରି ରହିଥିବା ପରିପାର୍ଶ୍ଵିକ ଅବସ୍ଥା ପ୍ରତି ସମ୍ମାନ ଇତ୍ୟାଦି ଦୃଢ ନିବଦ୍ଧ କରିଥାଏ|
    • ବିଚାରର ମୁକ୍ତ ପ୍ରବାହ ପାଇଁ ଆମ ରାଜ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକୁ ଏକଏକ ସ୍ପନ୍ଦନ ସୃଷ୍ଟିକର ଜୀବନ୍ତ ମଂଚ ରେ ପରିଣତ କରିବା; ଯେଉଁଠି ଆବିଷ୍କାର, ସର୍ଜନଶୀଳତା ଓ ବୃତ୍ତିଗତ ବିକାଶ ପ୍ରଭୃତି ବିଶ୍ୱ କୁ ଉତ୍ତମ ଜୀବନ ଧାରଣର ସ୍ଥାନରେ ପରିଣତ କରିବାକୁ ପୁର୍ନସିଢି ର ସୁଯୋଗ ଖୋଜିପାଇ
    • ପ୍ରଚଳିତ ଜଗତରେ ତୀବ୍ର ଭାବରେ ବଦଳୁଥିବା ଜ୍ଞାନ - ଅର୍ଥ ବ୍ୟବସ୍ଥାକୁ ଧ୍ୟାନ ରେ ରଖି ନିରନ୍ତର ନବୋନ୍ଵେଷାର ନବାଚାର ଦ୍ୱାରା ନୂଆ ବିଚାର ଆଣିବା ସହିତ ଆମ ରାଜ୍ୟ ର ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟକୁ କ୍ରମାଗତ ଭାବରେ ବୁଝାମଣାର ନୂଆ ମାର୍ଗ, ଅଭିନବୀକରଣ ପରିଯୋଜନା ଓ ସ୍ଫୂର୍ତିସିଳ ସଜାଗ କୌଶଳ ଇତ୍ୟାଦି କୁ ଆଣି ଶୈଖିକ ଉତ୍କୃଷ୍ଟତାକୁ ସୁନିଶ୍ଚିତ କରିବା |