A-
A
A+
Download Screen Reader
Skip to main content
ENGLISH
Toggle navigation
ଆମ ବିଷୟରେ
ପ୍ରାକ ସୂଚନା / ପ୍ରାରମ୍ଭିକ ପ୍ରସ୍ତାବନା
ଦୃଷ୍ଟିଭଙ୍ଗୀ ଓ ବ୍ରାତିକ ସଂକଳ୍ପ
ସାଙ୍ଗଠନିକ ସୁରଚନା / ବିନ୍ୟାସ / ଢାଞ୍ଚା
ମଧ୍ୟସ୍ଥତା ର / ମଧ୍ୟସ୍ଥତା ମୂଳକ ନିର୍ଦ୍ଧିଷ୍ଟ ପଦକ୍ଷେପ
Verticals
Incumbency
ନୀତି ଓ ଅଧିନିୟମ
OSHEC Act
Rules & Regulations
Proceedings
Council Meeting Proceedings
VC Conclave
Others
Govt. Orders
Initiatives
Reports
State Govt Schemes
Central Govt Schemes
Academics
UG Programme
PG Programme
ଗବେଷଣା ନୀତି
Universities
Colleges
Centres of Excellence
Assessment And Accreditation
Reports
Central Govt Reports
State Govt Reports
Council Reports
Notification
Notices
Tenders
Schedules
Activities / Events
Ongoing Programmes
OURIIP SEED FUND
OURIIP Research Fellowship
Activities
Elevier
Clarivate
EBSCO
MRIP
Upcoming Programmes
Upcoming Activities
MRIP
e - Contents
Gallery
Image-Gallery
Video-Gallery
ମଧ୍ୟସ୍ଥତା ର / ମଧ୍ୟସ୍ଥତା ମୂଳକ ନିର୍ଦ୍ଧିଷ୍ଟ ପଦକ୍ଷେପ
ନିର୍ଦିଷ୍ଟ ମଧ୍ୟସ୍ଥ ଭୂମିକା
ନିୟମିତ ବ୍ୟବଧାନ ରେ ଓଶେକ (OSHEC) ରାଜ୍ୟ ର ଉଚ୍ଚଶିକ୍ଷା ସମ୍ଭନ୍ଧୀତ ନୀତି ନିୟମ ଓ ଏହାର ମାର୍ଗ ଦର୍ଶିକା ନକ୍ଷା କୁ / ରୂପରେଖ କୁ ସମୀକ୍ଷା କରି ସଂଶୋଧନ ଓ ବିକାଶ କରାଇବି |
ରାଜ୍ୟ ର ବିଶ୍ୱବିଦ୍ୟାଳୟ ସମୂହ ଓ ଅନ୍ୟାନ୍ୟ ସୁବ୍ୟବସ୍ଥିତ ଶିକ୍ଷାନୁଷ୍ଠାନ ର ପରାମର୍ଶ ଭିତ୍ତିରେ ବିଶ୍ୱସ୍ତରୀୟ ଶୈଖିକ ମାନ ଓ ପ୍ରାସଙ୍ଗିକତାକୁ ଆଧାର କରି ଓଶେକ ସ୍ନାତକ ଓ ଅଭିସ୍ନାତକ ଉପାଧି ଓ ଉପାଧ୍ୟୁତ୍ତର ସ୍ତରୀୟ ପାଠ୍ୟକ୍ରମ ଓ ପାଠ୍ୟ ଖସଡ଼ା ର ପୁନର୍ନିରୀକ୍ଷଣ କରି ସମୟାନୁସାରେ ସଂଶୋଧନ କରିପାରିବ ଓ ନୂତନ ଢାଞ୍ଚା ରେ ପ୍ରସ୍ତୁତ କରି ପ୍ରଚଳନ କରିପାରିବ | ପରୀକ୍ଷା ପଦ୍ଧତି ର ସଂସ୍କାର ଏବଂ ଜୀବନ ଚକ୍ର ର ନିୟମନ ପ୍ରତି ସମ୍ମାନ ରଖି ଉଚ୍ଚଶିକ୍ଷା ଧାରାରେ ଦେଖାଦେଇଥିବା ପରିବର୍ତ୍ତନର ନୂଆ ଲହର / ପ୍ରବାହର ଉପଯୁକ୍ତ / ଅନୁକୂଳ ହେବ ଭଳି ଶିକ୍ଷଣ ବିଜ୍ଞାନକୁ ନିୟମିତ ଓ ବିଧିବଦ୍ଧ ଭାବରେ ଅଙ୍ଗିକାର କରିପାରିବ / କରାଇବା |
ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାୟତନରେ ଶିକ୍ଷଣ, ସାଧନା ଓ ସରଞ୍ଜାମର (ଯଥା - ପ୍ରୟୋଗଶାଲାର ଉପକରଣ, ପାଠାଗାର ସାମଗ୍ରୀ,ଶ୍ରେଣୀଗୃହ ବ୍ୟବସ୍ଥା, ଉଦୟମିତ / ଉଦ୍ୟୋଗକାରିତା ତଥା ନବାୟନି କେନ୍ଦ୍ର, କ୍ରୀଡା ସୁବିଧା, କାମ୍ପୁଟରିକ ସାଂଖିକ ପୁସ୍ତକୀକରଣ, ସମ୍ବାଦ ପତ୍ର ଓ ପତ୍ରପତ୍ରିକା ଇତ୍ୟାଦି) ସହଜ ଉପଳନ୍ଧ ଓ ବିହିତ ବ୍ୟବହାର ନିମିତ୍ତ ଓଶେକ ଉପଯୁକ୍ତ ଯୋଜନା ଓ ଶୃଙ୍ଖଳିତ ପ୍ରଣାଳୀର ପରିକଳ୍ପନା କରିବି | ଅଳ୍ପ ଉନ୍ନତ ଓ ବିଶେଷ ଅଧିକାର ପ୍ରାପ୍ତ ବିଦ୍ୟାର୍ଥୀ ମାନଙ୍କ ହିତ ପାଇଁ ଏହି ପରିଷଦ ଯଥାର୍ଥ ଶିକ୍ଷଣ ନମୁନା ତଥା ପରିମାପନ ର ବିକାଶ କରି କାର୍ଯ୍ୟକାରୀ କରିବି |
ଓଶେକ ଉଚ୍ଚଶିକ୍ଷାନୁଷ୍ଠାନ ଓ ସଂସ୍ଥା ଗୁଡିକରେ ଗବେଷଣାର ଦୃଢ ବିତ୍ତି ସ୍ଥାପନ କରିବା ଏବଂ ନବାଯନି ସଂସ୍କୃତିର(ଯଥା ପ୍ରୋତ୍ସାନଶିଳତା, ସମ୍ବଳ ଓ ସାଧନର ସହଜ ଉପଲବ୍ଧ ଓ ସୁବିନିଯୋଗ, ଅନ୍ତର୍ବିଦ୍ୟାଭିତ୍ତିକ ବିଶେଷ ବିଷୟ ଗୁଡିକର ସମ୍ମେଳନ, ସ୍ୱଳ୍ପମିଆଦୀ ଗବେଷଣା ପାଦର ସୃଷ୍ଟି ଓ ସଂସ୍ଥାନ, ଉତ୍କର୍ଷ ବିଦ୍ୟାଧ୍ୟୟନ କେନ୍ଦ୍ର ର ପରିଯୋଜନା, ଅଭିଜ୍ଞ ଉପଦେଶକ ଓ ବିଶାରଦ ସଂସ୍ଥାନ, ଉତ୍ତମ ଓ ଶୃଙ୍ଖଳିତ ପରିଚାଳନା, ଅନ୍ତର୍ଜାତୀୟ ସ୍ଥର ର ଗବେଷଣା ଆୟୋଜନ ଏବଂ ନବାନୁସନ୍ଧିସ୍ଛାମୂଳକ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ଇତ୍ୟାଦି ଏଥିରେ ଅନ୍ତର୍ଭୁକ୍ତ ) ସଂବୃଦ୍ଧି ପାଇଁ ବିଶେଷ ପରିଯୋଜନା କାର୍ଯ୍ୟକାରୀ କରିପାରିବ|
ଓଶେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ ମାନଙ୍କ ମଧ୍ୟରେ ନେତୃତ୍ୱ ,ଗୁଣବତ୍ତା ଓ ନିୟାମକ ସାମର୍ଥ୍ୟ ର ବିକାଶ ପାଇଁ ଏବଂ ପ୍ରଭାବୀ ବିଦ୍ୟା କ୍ଷେତ୍ର ରେ ସେମାନଙ୍କର ସ୍ୱତନ୍ତ୍ର ପାରଦର୍ଶିତା ପାଇବା ନିମିତ୍ତ ତାଲିମ ଆଦର୍ଶ ର ପରିଯୋଜନା ଓ ନିୟମ ଶୁଚିକ ବିବର୍ତନ କରିପାରିବ |
ରାଜ୍ୟ ସ୍ତର ର ସବୁ ଶିକ୍ଷାନୁଷ୍ଠାନ 'ନାକ'(ରାଷ୍ଟ୍ରୀୟ ମୂଲ୍ୟାୟନ ଓ ପ୍ରତ୍ୟୟନ ପରିଷଦ) ମାନ୍ୟତା ପାଇବା ଲାଗି ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସ୍ତର ର ଆସ୍ଥା ଓ ବିଶ୍ୱସନୀୟ ଅଧିସ୍ବୀକୃତି ଲାଭ କରିବା ଲାଗି 'ଓଶେକ' ସୁଗମ ଯୋଜନା ର ମାନକ ରୂପରେଖ ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଇବ |
ବୈଦ୍ୟୁତିକ ଅନ୍ତସଞ୍ଚାରି ପ୍ରଶାସନିକ ପରିଚାଳନା (ଇ - ଗଭର୍ନନ୍ସ ) , ବିଦ୍ୟାର୍ଥୀ-ଶିକ୍ଷକ-କର୍ମଚାରୀ ଜୀବନ ଚକ୍ର ର କାମ୍ପୁଟରିକ ସଙ୍ଖ୍ୟାୟନିକରଣ ଏବଂ ପ୍ରତ୍ୟେକ ଉଚ୍ଚଶିକ୍ଷା ସଂସ୍ଥାନର ସାଧାରଣ କ୍ୟାମ୍ପସ ପ୍ରକାର୍ଯ୍ୟ କୁ ସାଂଖିକ କାର୍ଯ୍ୟୟାନୀ କ୍ୟାମ୍ପ ରେ (ଡିଜିଟାଲ କ୍ୟାମ୍ପସ ରେ ) ପରିଣତ କରିବା ପାଇଁ 'ଓଶେକ' ସଂଚାଳନ ଓ ସୁରକ୍ଷା କାର୍ଯ୍ୟକ୍ରମ (ଓ ଆଣ୍ଡ ଏମ ) ଆଧାର ରେ ଏକ ସାଧାରଣ ସମଧାନମୁମକ ଉଦ୍ୟମ ସଂସାଧନା ଯୋଜନାର (ଇ.ଆର.ପି.) ପ୍ରକଳ୍ପ ପରିକଳ୍ପନା କରିବା |
ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଔଦ୍ୱଗିକ ଶିକ୍ଷଣ ଜ୍ଞାନ ର ଭଗିଉଦାରୀ ସହିତ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ପାରସ୍ପରିକ ସଂଯୋଗ ରକ୍ଷା ନିମିତ୍ତ 'ଓଶେକ' ଏକ ବାସ୍ତବ କାର୍ଯ୍ୟ ଉପଯୋଗୀ /କାର୍ଯ୍ୟାନ୍ଵଈ ଯୋଜନା ର ବିକାଶ କରିବା |
ସକ୍ରିୟତଃ ଏହି ପରିଷଦ ଉପାଧି ଓ ଉପାଧ୍ୟୁତ୍ତର ପାଠ୍ୟକ୍ରମ ର ପ୍ରତ୍ୟେକ ବିଦ୍ୟା ବିଷୟ ଓ ଦକ୍ଷତା ବୃଦ୍ଧି କାରକ ପାଠ୍ୟ ପ୍ରସଙ୍ଗ କୁ ନେଇ ଅଵିଜ୍ଞ ଓ ବିଶିଷ୍ଟ ଶିକ୍ଷକ ମାନଙ୍କ ଦ୍ୱାରା ବହୁ ଭାଷିକ ପଦ୍ଧତି ରେ ଉଭୟ ମୁଦ୍ରିତ ଓ କାମ୍ପୁଟରିକ ନମୁନା ରୂପରେଖ ରେ ବିକଶିତ କରିବି | ଏ ସବୁ ସୁପ୍ରସ୍ତୁତ ଓ ସହାୟକ ପାଠ୍ୟ ସାମଗ୍ରୀ ଗୁଣାତ୍ମକ ଅଧ୍ୟୟନ ଓ ଅଧ୍ୟାପନା ର ସୁବିଧା ସାଧନା ନିମିତ୍ତ ସମସ୍ତ ପ୍ରକାରର ଶିକ୍ଷାନୁଷ୍ଠାନ ମାନଙ୍କୁ ଯୋଗାଇ ଦିଆଯିବ |
ଶୈଖିକ ବ୍ୟବସ୍ଥା ପ୍ରସଙ୍ଗ ରେ, ରୁସା, ଓ଼ହେପୀ (RUSA/OHEPEE) ଏବଂ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଧାରିତ ଶିକ୍ଷଣ ପରିଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ କୁ ଓଶେକ ସୂଚନା-ପରାମର୍ଶ ଦେବ | ଶିକ୍ଷାନୁଷ୍ଠାନ ଗୁଡିକରେ ଏ ସବୁ ଯୋଜନା ଗୁଡିକର ବାସ୍ତବ ଓ ଦୃଶ୍ୟଶୀଳ ଅଗ୍ରଗତି ସାଧନା ଲାଗି ଏହି ପରିଷଦ ପରିଚାଳନା ଶୃଙ୍ଖଳା ନିର୍ଦିଷ୍ଟ କରିବା ସହିତ ଏଥି ପାଇଁ ସୁଧରାତ୍ମକ ଉପାୟ ଲାଗୁ କରିବି |
ଏ ସମସ୍ତ ପ୍ରକାର ମଧ୍ୟସ୍ଥତାମୂଳକ ପଦକ୍ଷେପ ନେବାରେ ସଦାସର୍ବଦା ନିରପେକ୍ଷତା / ନିଷ୍ପକ୍ଷତା ଓ ଉତ୍କର୍ଷତା ହିଁ ପ୍ରମୁଖ ପ୍ରଣୋଦିତ ଦିଗ ହେବ |
Ok